ବାବା ପିପଳେଶ୍ଵର - ମରାକୁଟା ଗ୍ରାମରେ ପ୍ରାଚୀନ ଶୈବ ପୀଠ

ଝାରସୁଗୁଡ଼ା ସହରରୁ ପ୍ରାୟ ୭ କି.ମି. ଦୂରରେ ଅବସ୍ଥିତ ଏକ ଆଧ୍ୟାତ୍ମିକ ଓ ଐତିହାସିକ ଗ୍ରାମ ମରାକୁଟା । ଯେଉଁ ଗ୍ରାମର ପୁଷ୍କରିଣୀ ପାଖରେ ଅବସ୍ଥିତ ଏକ ଛୋଟ ଗିରି ଉପରେ ଶ୍ରୀ ପିପଲେଶ୍ୱର ଅବସ୍ଥାନ କରିଛନ୍ତି । ବାବା ପିପଲେଶ୍ୱର ହେଉଛନ୍ତି ମରାକୁଟୁ ଗ୍ରାମର ଶ୍ରଦ୍ଧା ଓ ଭକ୍ତିର ପ୍ରାଣ ବିନ୍ଦୁ । ଗ୍ରାମବାସୀମାନଙ୍କ ଉଦ୍ଧିଷ୍ଟ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପଛରେ ମହାଦେବଙ୍କ ଦିବ୍ୟ କୃପା ଅଛି ବୋଲି ଜନ ମୁଖରୁ ଶୁଣିବାକୁ ମିଳିଥାଏ । ଭକ୍ତଙ୍କର ଭକ୍ତିରେ ଈଶ୍ୱର ବନ୍ଧା, ଭକ୍ତ ଯେଉଁ ସ୍ଥାନକୁ ପ୍ରଭୁକୁ ନେଇଥାନ୍ତି ସେ ନିସଂକୋଚ ସେଇ ସ୍ଥାନକୁ ଯାଇଥାନ୍ତି । ଶିବଲିଙ୍ଗର ଆବିର୍ଭାବ ଓ ମନ୍ଦିର ନିର୍ମାଣ ପଛରେ ଏକ ମନୋରମ କାହାଣୀ ଳୁଚିକି ରହିଅଛି । ବାବା ପିପଲେଶ୍ୱର ମନ୍ଦିର ଏହା ବହୁତ ବର୍ଷ ପୂର୍ବ କଥା, ଏହି ଗ୍ରାମର କିଛି ଅଧିବାସୀ ପ୍ରତିଦିନ ନିଜର ଜୀବିକା ନିର୍ବାହ କରିବା ପାଇଁ ବାରିକବେର୍ଣ୍ଣା ସ୍ଥିତ ବିଲକୁ କୃଷି କାର୍ଯ୍ୟ କରିବାକୁ ଯାଉଥିଲେ । ପୁରୁଷ, ମହିଳା ଓ ପୁଅଝିଅପିଲାମାନେ ସମସ୍ତେ ବିଲରେ ବିଭିନ୍ନ କୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ହେଉଥିଲେ । ସେହି ଗ୍ରାମବାସୀମାନଙ୍କର କେତେକ ଝିଅପିଲା ବିଲରେ ନିଜ ସାଙ୍ଗ ସହିତ ...