ସିଂହାରପୁରର ଝାଡେଶ୍ୱର ମନ୍ଦିର
ସିଂହାରପୁରର ଝାଡେଶ୍ୱର ମନ୍ଦିର ଝାରସୁଗୁଡ଼ା ସହରରୁ ପ୍ରାୟ ୪୦ କିଲୋମିଟର ଦୂରରେ ଲଖପୁର ବ୍ଲକରେ ଜାତୀୟ ରାଜପଥ ୨୦୦ ପାଖରେ ଅବସ୍ଥିତ । ଝାଡେଶ୍ୱର ଶିବଲିଙ୍ଗର ଆବିର୍ଭାବ ବିଷୟରେ ଏକ ରୋଚକ ପୂର୍ଣ୍ଣ କାହାଣୀ ରହିଛି । ଏହି ମନ୍ଦିରରେ ବର୍ଷର ଅନେକ ସମୟରେ ବହୁତ ଭକ୍ତ ଭଗବାନଙ୍କ ଆଶିଷ ଓ ବିଭିନ୍ନ ପୂଜା କାର୍ଯ୍ଯ ସମ୍ପନ୍ନ କରାଇବାକୁ ଆସିଥାନ୍ତି ।
ଜମିଦାରୀ ଶାସନ ଚାଲିଥିବା ବେଳେ ପ୍ରାୟ ୧୭ ଶତାବ୍ଦୀରେ ସିଂହାରପୁରରେ ମିତ୍ରଭାନୁ ସିଂହ ନାମକ ଜଣେ ଜମିଦାର ଶାସନ କରୁଥିଲେ । ପୂର୍ବେ ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନରେ ଗୋଟିଏ ବଡ଼ ଗାତ ଥିଲା ଓ ସେଥିରେ ଅନେଗୁଡ଼ିଏ ମାଛ ରହୁଥିଲେ । ସେହି ସିଂହାରପୁର ଗ୍ରାମର ଏକ ଭୂୟାଁ ଜନଜାତିର ଏକ ଲୋକ ଗାତକୁ ପ୍ରାୟ ମାଛ ଧରିବାକୁ ଯାଉଥିଲେ। ମାଛ ବିକ୍ରି କରିବା ସାଙ୍ଗେ ସାଙ୍ଗେ ନିଜେ ମଧ୍ଯ ସେବନ କରୁଥଲେ । ଗୋଟିଏ ଦିନ ସେହି ଲୋକଟି ଗାତରେ ମାଛ ଧରିବାକୁ ବିଫଳ ହେଲା । ଫଳରେ ସେ ଗାତକୁ ପ୍ରବେଶ କରୁଥିବା ପାଣି ଧାରାକୁ ମାଟି,କାଦୁଆ,ପଥରରେ ଏକ ବନ୍ଧ ତିଆରି କରି ଟିକେ ସମୟ ପାଇଁ ଅପେକ୍ଷା କଲା । କିଛି ସମୟ ପରେ ଗାତ ପାଣି ନିର୍ମଳ ହୋଇ ସେହି ଭୂୟାଁ ଆଦିବାସୀ ଲୋକକୁ ପ୍ରଥମେ ଶିବଲିଙ୍ଗର ଦର୍ଶନ ହୋଇଥିଲା ।
ଲୋକଟା ଶିବଲିଙ୍ଗକୁ ସାମାନ୍ୟ ପଥର ଭାବି ତାକୁ ଉପକରଣ ସାହାଯ୍ୟରେ ତାକୁ ଖୋଦିବାକୁ ଲାଗିଲା , ଶିବଲିଙ୍ଗରେ ଆଘାତ ହୋଇଥିବା ସ୍ଥାନ ଗୁଡ଼ିକରୁ ଧାର ଧାର ହୋଇ କ୍ଷୀର ଓ ରକ୍ତ ଝରିବାକୁ ଲାଗିଲା । ଏହି ଦିବ୍ୟ ଘଟଣା ଦେଖି ଲୋକଟି ଆଶ୍ଚର୍ଯ୍ୟ ଚକିତ ହୋଇ ଜମିଦାରକୁ ସୂଚନା ଦେବା ପାଇଁ ଗଲେ । ଜମିଦାର ମିତ୍ରଭାନୁ ସିଂହ ସେହି ଲୋକର କଥା ଶୁଣି ନିଜ ଗ୍ରାମବାସି ସହିତ ଶିବଲିଙ୍ଗର ଦର୍ଶନ କରିବା ପାଇଁ ବାହାରିଲେ । ଶିବଲିଙ୍ଗକୁ ସେହି ଜଳପୂର୍ଣ୍ଣ ସ୍ଥାନରୁ ଏକ ଶୁଷ୍କ ସ୍ଥାନକୁ ନେବା ପାଇଁ ଶାବଳରେ ଟଣା ଗଲା କିନ୍ତୁ ଶାବଳର ଆଘାତ ହୋଇଥିବା ସ୍ଥାନରୁ ପୁଣି ଥରେ ରକ୍ତ ଓ କ୍ଷୀରର ଧାରା ଝରିବାକୁ ଲାଗିଲା । ତେଣୁ ଶିବଲିଙ୍ଗକୁ ସ୍ଥାନାନ୍ତରିତ କାର୍ଯ୍ୟ ବନ୍ଦ କରାଗଲା । ଜମିଦାର ନିଜ ଗ୍ରାମରେ ମହାଦେବଙ୍କ ଆବିର୍ଭାବ ପରେ ତାଙ୍କ ନିତିଦିନ ପୂଜାଅର୍ଚ୍ଚନା କରିବାକୁ ଏକ ପୂଜାରୀର ବ୍ୟବସ୍ଥା କରିବାକୁ ଗାଁ ଗାଁ ବୁଲିଲେ , ଶେଷରେ ବର୍ତ୍ତମାନ ରମ୍ପେଲା ବ୍ରିଜ ପାଖରେ ଏକ ଶବ ଲହରା ଗ୍ରାମରୁ ଜୟଦେବ ପୂଜାରୀଙ୍କୁ ପାଛୋଟି ଆଣିଲେ । ଚାରି ପିଢ଼ି ହେଲା ତାଙ୍କର ସନ୍ତାନମାନେ ଏଠି ପୂଜା କାର୍ଯ୍ଯ ଅତି ଶ୍ରଦ୍ଧା ଓ ଭକ୍ତିର ସହିତ ଚଳାଇ ଆସୁଛନ୍ତି ।
ଯଦୁମଣି ପ୍ରଧାନ ନାମକ ବାଗମୁଣ୍ଡା ଗ୍ରାମର ଗଅତୀୟା ପୁତ୍ର ସନ୍ତାନ ପ୍ରାପ୍ତି ପାଇ ବିଭିନ୍ନ ପଣ୍ଡିତ ପାଖକୁ ଯାଉଥିଲେ । ତେବେ ସେ ମୁନୁ ବାବୁ ନାମକ ଏକ ପଣ୍ଡିତରୁ ଏହି ଶିବଲିଙ୍ଗର ଅଲୌକିକ ଘଟଣା ବିଷୟରେ ଜାଣିପାରି ମାନସିକ କରିବାକୁ ଇଚ୍ଛା ପ୍ରକାଶ କଲେ । ବାବାଙ୍କ ଉପଦେଶରେ ପ୍ରଭାବିତ ହୋଇ, ସେ ଏହି ଶିବଲିଙ୍ଗ ଠାରେ ମାନସିକ କରି ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ଶପଥ ନେଇଥିଲେ । ମହାଦେବଙ୍କର କୃପା ଫଳରେ ତାଙ୍କୁ ଅଳ୍ପ ସମୟରେ ଶିଶୁ ପୁତ୍ରର ପ୍ରାପ୍ତି ହୋଇଥିଲା । ତେଣୁ, ତାଙ୍କର ମନବାଞ୍ଛା ପୂରଣ ହେବା ମାତ୍ରେ , ସେ ବାବା ଝାଡେଶ୍ୱରଙ୍କ ପାଇଁ ମନ୍ଦିର ଗଢ଼ି ତୋଲି ଦେଇଥିଲେ ।
ପ୍ରାୟ ୨୫ ବର୍ଷ ପୂର୍ବେ ବାବା ବଳିଆଙ୍କୁ ଏହି ମନ୍ଦିରକୁ ଆଗମନ କରିବା ପାଇଁ ଝାଡେଶ୍ୱର ବାବ ସ୍ୱପ୍ନ ଦେଶ ଦେଇଥିଲେ । ସ୍ୱପ୍ନରେ ସେ ଶିବଲିଙ୍ଗ ଠାରୁ ଝରଣା ବହୁଥିବାର ଦୃଶ୍ୟ ଓ କୋଇଲା ଘୁଘର ମହେଶ୍ୱର ନାଥ ଶିବଲିଙ୍କ ଠାରୁ ସିଂହାରପୁର ଝାଡେଶ୍ୱର ଶିବଲିଙ୍କକୁ ଏକ ଗୁପ୍ତ ସୁଡ଼ଙ୍କ ଥିବାର ସୂଚନା ପାଇଥିଲେ । ତେଣୁ ସେ ମହାଦେବଙ୍କର ଆଦେଶ ପାଇ ବାବା ଝଡେଶ୍ୱର ପାଖକୁ ଆଗମନ କଲେ । ତାଙ୍କର ତପ ବଳରେ ସେ ଶିବଲିଙ୍କରୁ ଏକ ଗଙ୍ଗା ଜଳ ଧାରାକୁ ନିସୃତ କରିଥିଲେ । କିନ୍ତୁ ସେହି ଗଙ୍ଗା ଜଳର ଦୁର୍ବ୍ୟବହାର ଯୋଗୁଁ ସେହି ଗଙ୍ଗା ଜଳର ଧାରା ଧରିତ୍ରୀ ଭିତରୁକୁ ଚାଳି ଯାଇଥିଲା । ବାବାଙ୍କ ଆଗମନ ପରେ ଏଠି ବିଭିନ୍ନ ପ୍ରକାରର ଭଜନ କୀର୍ତ୍ତନ ଓ ଆଧ୍ୟାତ୍ମିକ କାର୍ଯକ୍ରମ ଆୟୋଜନ ହେବାକୁ ଲାଗିଲା ।
ବାବାଙ୍କ ଶିବଲିଙ୍ଗ ମାଙ୍କଡ଼ା ପଥରେ ତିଆରି ଯାହା ରୁଦ୍ରାକ୍ଷ ମାଳା ସହିତ ତୁଳନା କରାଯାଇ ପାରେ । ତେଣୁ ଏହି ଶିବଲିଙ୍ଗକୁ ରୁଦ୍ରାକ୍ଷ ବାବା ମଧ୍ୟ କୁହାଯାଇଥାଏ । ଏହି ମନ୍ଦିରରେ ବର୍ଷକୁ ଚାରି ମାସରେ ଯେପରିକି କାର୍ତ୍ତିକ , ଶ୍ରାବଣ , ବୈଶାଖ , ମାଘରେ କଳସ ଯାତ୍ରାର ଆୟୋଜନ କରାଯାଇଥାଏ । ଏଠି ଶିବରାତ୍ରି ଓ ଶ୍ରାବଣ ମାସରେ ବୋଲ ବୋମ ଅତି ନିଷ୍ଟା ଓ ଶ୍ରଦ୍ଧାର ସହିତ ପାଳନ କରଯାଇଥାଏ । ଏହା ବ୍ୟତୀତ ଋଦ୍ରା ଅଭିଷେକ ଓ ଜଳ ଅଭିଷେକ ଆଦି ବିଶେଷ ପୂଜା ମଧ୍ୟ କରଯାଇଥାଏ । ସାମାଜିକ କାର୍ଯ୍ୟ ଯେମିତିକି ବିବାହ, ଅର୍ଣ୍ଣପ୍ରସନ୍, ନାମକରଣ ଆଦି ଆୟୋଜନ କରାଯାଇଥାଏ ।
ମନ୍ଦିର ପ୍ରାୟ ୧୫୦୦ ବର୍ଗଫୁଟ ଜମିରେ ତିଆରି କରଯାଇଛି । ମନ୍ଦିରର ସାମ୍ମାରେ ଏକ ମଣ୍ଡପ ତିଆରି କରାଯାଇଛି ଯେଉଁଠି ବିଭିନ୍ନ ପ୍ରକାରର ପୂଜା ରୀତିନୀତି ସମ୍ପନ୍ନ କରାଯାଇଥାଏ । ମୁଖ୍ୟ ମନ୍ଦିରର ଡାହାଣ ପାର୍ଶ୍ଵରେ ଶନି ଓ ତା ପାଖରେ ରାମ, ଲକ୍ଷଣ ଓ ସୀତା ମନ୍ଦିର ନିର୍ମାଣ କରଯାଇଛି । ମନ୍ଦିର ସାମ୍ନାରେ ୨୦ ଫୁଟ ଉଚ୍ଚତାର ଗରୁଡ ସ୍ତମ୍ବ ସ୍ଥାପନ କରଯାଇଛି । ମନ୍ଦିର ପାଖରେ ଏକ ଆଶ୍ରମ ତିଆରି କରାଯାଇଛି ଯେଉଁଠି ବାଲିଆ ବାବା ବସବାସ କରନ୍ତି । ମନ୍ଦିର ପାଖରେ ଏକ ପୋଖରୀ ଓ ସାମାଜିକ କାମ ପାଇଁ ଏକ ମଣ୍ଡପ ତିଆରି କରାଯାଇଛି । ମନ୍ଦିର ଆଧ୍ୟାତ୍ମିକ ଓ ପ୍ରାକୃତିକ ପରିବେଶ ଭକ୍ତମାନଙ୍କୁ ଶାନ୍ତି ପ୍ରଦାନ କରିଥାଏ ।
ସିଂହାରପୁରର ଝାଡେଶ୍ୱର ମହାଦେବ ମନ୍ଦିର କେବଳ ଏକ ପବିତ୍ର ତୀର୍ଥ ନୁହେଁ, ବରଂ ଦିବ୍ୟ ଚମତ୍କାର, ଅଟଳ ବିଶ୍ୱାସ ଏବଂ ସ୍ଥାନୀୟ ଐତିହ୍ୟର ଏକ କାଳଜୟୀ ସାକ୍ଷ୍ୟ। ଶିବଲିଙ୍ଗର ରହସ୍ୟମୟ ଆବିର୍ଭାବଠାରୁ ଆରମ୍ଭ କରି ଲୋକଙ୍କ ଶତାବ୍ଦୀ ପୁରୁଣା ଭକ୍ତି ପର୍ଯ୍ୟନ୍ତ - ଏଠାରେ ପ୍ରତ୍ୟେକ ପଥର ଆଧ୍ୟାତ୍ମିକ ଜାଗରଣ ଏବଂ ଦିବ୍ୟ ଉପସ୍ଥିତିର କାହାଣୀ କହେ। ପ୍ରକୃତିର ଶାନ୍ତିରେ ଘେରି ରହିଥିବା ଏହି ମନ୍ଦିର ଆଜି ଭଗବାନ ଶିବଙ୍କ ଅନନ୍ତ ଆଶୀର୍ବାଦ ଏବଂ ପଶ୍ଚିମ ଓଡ଼ିଶାର ଆଧ୍ୟାତ୍ମିକ ସମୃଦ୍ଧିର ପ୍ରତୀକ ଭାବରେ ଠିଆ ହୋଇଛି।
ପ୍ରିୟ ଭକ୍ତ ଏବଂ ଶାନ୍ତି ଖୋଜୁଥିବା ଲୋକମାନେ, ଆମେ ଆପଣଙ୍କୁ ବାବା ଝାଡେଶ୍ୱରଙ୍କ ଏହି ଦିବ୍ୟ ବାସସ୍ଥାନ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରୁଛୁ। ଆସନ୍ତୁ ପବିତ୍ର ରୁଦ୍ରାକ୍ଷ ଶିବଲିଙ୍ଗର ଦର୍ଶନ ଓ ପ୍ରାର୍ଥନା କରନ୍ତୁ ଏବଂ ଏହି ମନ୍ଦିରକୁ ପରିପୂର୍ଣ୍ଣ କରୁଥିବା ଦିବ୍ୟ ଶକ୍ତିକୁ ଅନୁଭବ କରନ୍ତୁ। ମହା ଶିବରାତ୍ରି, ଶ୍ରାବଣ ବୋଲବମ୍ ଏବଂ କଳସ ଯାତ୍ରା ଭଳି ପବିତ୍ର ପର୍ବଗୁଡ଼ିକର ଅଂଶ ହୁଅନ୍ତୁ, କିମ୍ବା ଏହି ଆଧ୍ୟାତ୍ମିକ କେନ୍ଦ୍ରର ଶାନ୍ତିପୂର୍ଣ୍ଣ ପରିବେଶରେ ଏକ ଶାନ୍ତ ମୁହୂର୍ତ୍ତ ବିତାଇ ଦିଅନ୍ତୁ। ବାବା ଝାଡେଶ୍ୱରଙ୍କ ଦିବ୍ୟ ଉପସ୍ଥିତିରେ ଆପଣଙ୍କ ଆତ୍ମାକୁ ସାନ୍ତ୍ୱନା ଦିଅନ୍ତୁ।
Comments
Post a Comment