Posts

Showing posts from December, 2025

ପୁରୁଣାବସ୍ତିର ଭାଗବତ ମନ୍ଦିର - ବିଶ୍ୱାସ, ସଂସ୍କୃତି ଏବଂ ଏକତାର ଏକ ଜୀବନ୍ତ ପ୍ରତୀକ

Image
  ଝାରସୁଗୁଡ଼ା ଜିଲ୍ଲାର ପୁରୁଣାବସ୍ତି ଅଞ୍ଚଳରେ ଏକ  ପୁରାତନ ଏବଂ ସଜୀବ  ମନ୍ଦିର  ରହିଅଛି। ଏହା କେବଳ ଉପାସନାର ସ୍ଥଳ ନୁହେଁ, ବରଂ ଗତ ଦେଢ଼ ଶହ ବର୍ଷ ଧରି ସଂସ୍କୃତିକୁ ପୋଷଣ କରି, ପରମ୍ପରାକୁ ସଂରକ୍ଷଣ କରି ଆସୁଅଛି । ଝାରସୁଗୁଡ଼ାବାସୀଙ୍କୁ  ନିଜ  ଦୈନନ୍ଦିନ ଜୀବନ ସହିତ ଯୋଡ଼ି ଏକ ଐତିହ୍ୟର ପ୍ରାଣକେନ୍ଦ୍ର ପାଲଟି ଯାଇଛି । ଝାରସୁଗୁଡ଼ାର ପୁରୁଣାବସ୍ତିରେ  ଜନବସତି ସ୍ଥାପନ ହେବାର ଏକ ଚିତ୍ତାକର୍ଷକ କିମ୍ବଦନ୍ତୀ ରହିଅଛି ।  ଦ୍ୱାଦଶ ଶତାବ୍ଦୀରେ କିଷାନ  ସମ୍ପ୍ରଦାୟ ଲୋକେ ଯିଏ ବର୍ତ୍ତମାନର ଝାଡ଼ଖଣ୍ଡର ଛୋଟାନାଗପୁର ଅଞ୍ଚଳର ମୂଳ ବାସିନ୍ଦା,  ଓଡ଼ିଶା ମଧ୍ୟକୁ ପ୍ରବେଶ  କରିଥିଲେ  । ସେମାନେ ବେଦ-ବ୍ୟାସ, ବାମଣ୍ଡା ଏବଂ ଝାରସୁଗୁଡା ଭଳି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ। ଝାରୁ କିଷାନଙ୍କ ନେତୃତ୍ୱରେ, ଗୋଟିଏ ଗୋଷ୍ଠୀ ବର୍ତ୍ତମାନର ଝାଡ଼େଶ୍ୱର ମନ୍ଦିର ପରିସର ନିକଟରେ ଏକ ବସତି ସ୍ଥାପନ କରି ରହୁଥିଲେ । ତେବେ ସେହି ସମୟରେ ଏହି ଅଞ୍ଚଲରେ ବହୁତ୍ ଗୁଡ଼ିଏ ଗୁଡ଼ା ଜମିଗୁଡିକ ଥିଲା । ତେଣୁ କିସାନ   ସର୍ଦ୍ଦାରଙ୍କ ନାମ ଝାରୁ  ଓ  ଗୁଡ଼ାକୁ ମିଶାଇ ଏହି  ସ୍ଥାନର ନାମ ଝାରଗୁଡ଼ା ବୋଲି ଲୋକମାନଙ୍କର ମୁଖରେ  ଶୁଣିବାକୁ ମିଳିଥିଲା  ଯାହା ଏବେ ଝାରସୁଗୁଡା ଭାବରେ ଜଣାଶୁଣା  ହୋଇଛି ।  ତ୍ରେୟଦ...