ପାକେଲପଡା 'ବାବା ଡେରା ଗୁମ୍ଫା' ଝାରସୁଗୁଡାର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତବ୍ୟସ୍ଥଳ
ଆମ ଦେଶ ଭାରତରେ ଅନେକ ପ୍ରାକୃତିକ ସ୍ଥଳ ବିକଶିତ କରାଯାଇ ପର୍ଯ୍ୟଟନ ସ୍ଥଳ ରୂପେ ପରିଣତ କରାଯାଇଛି । ଯାହା ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁଛି । ବିଦେଶୀ ରାଜସ୍ୱ ସୃଷ୍ଟି କରି ଦେଶକୁ ପ୍ରଗତିଶୀଳ କରାଇବା ପର୍ଯ୍ୟଟକ ସ୍ଥଳ ମୁଖ୍ୟ ଭୂମିକା ରହିଅଛି । ଏହା ଦେଶର ପ୍ରକୃତି ଏବଂ ସୌନ୍ଦର୍ଯ୍ୟ କୁ ପ୍ରତିଫଳିତ କରେ | ଏହା ବହୁ ଦୂର ଅଞ୍ଚଳର ଲୋକଙ୍କୁ ସେମାନଙ୍କର ସଂସ୍କୃତି ଏବଂ ଆଦର୍ଶକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ, ଏହା ମଧ୍ୟ ଦେଶକୁ ସାରା ବିଶ୍ୱରେ ଏକ ଭଲ ଭାବମୂର୍ତ୍ତି ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରେ | ପର୍ଯ୍ୟଟନ ଆୟ ସୃଷ୍ଟି ଏବଂ ଚାକିରି ସୃଷ୍ଟି ସହାୟକ ହୋଇଥାଏ ।
ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଜିଲ୍ଲା ବହୁତ ପରିମାଣରେ ଖଣିଜ ସମ୍ପଦ ଥିବାରୁ , ଏଠାରେ ଅନେକ କଳକାରଖାନା ପ୍ରତିଷ୍ଠା ହୋଇ ଗୋଟି ଶିଳ୍ପ ନଗରୀ ଭାବରେ ବେଶ ଜଣାଶୁଣା ଅଟେ । ଓଡ଼ିଶା ଅନ୍ୟ ଜିଲ୍ଲା ଅପେକ୍ଷା ଝାରସୁଗୁଡ଼ା ଜିଲ୍ଲାରୁ ସର୍ବୋଚ୍ଚ ରାଜସ୍ଵ ଗ୍ରହଣ କରାଯାଉଛି । କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟକ ସ୍ଥଳ ଓ ପ୍ରାକୃତିକ ସ୍ଥଳର ବିକାଶ କରିବା ଦିଗରେ ଚରମ ଅବହେଳା ଦେଖାଯାଇଛି ।
ଝାରସୁଗୁଡାର କେତେକ ପର୍ବତ ମାଳା ଗୁଡିକରେ କିମ୍ବଦନ୍ତୀ ସ୍ଥଳ ରହିଅଛି, ସେଥି ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲାର ଲଇକେର ବ୍ଲକ ଅନ୍ତର୍ଗତ ପକେଲ ପଡା ଗ୍ରାମର ଭାଇ ବହେନ ପାହାଡ଼ରେ ରହିଛି ପୂରାତନ 'ବାବା ଡେରା ଗୁମ୍ଫା' । ପାକେଲ ପଡା ପଲ୍ଲୀର ପୂର୍ବ ଦିଗରେ ଭାଇ ବହେନ୍ ପାହଡ , ଏହି ପାହାଡ଼ର ଦକ୍ଷିଣରେ ଅନ୍ୟ ଏକ ବୁଢ଼ୀ କୁଟେନ୍ ପାହାଡ ବିଦ୍ୟମାନ । ଉଭୟ ପର୍ବତରୁ ଘେରି ରହିଥିବା ବିସ୍ତୀର୍ଣ୍ଣ ଅରଣ୍ୟ ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ଅରଣ୍ୟରେ ଅନେକ ବନ୍ୟଜନ୍ତୁ ଦୃଷ୍ଟିଗୋଚର ହୋଇଥାଏ । ଭାଇ ବହେନ ପାହାଡ଼ରେ ଥିବା ବାବା ଡେରା ଗୁମ୍ଫାର ଏକ ଜନଶ୍ରୁତି ଶୁଣିବାକୁ ମିଳିଥାଏ । ଅତୀତରେ ଏହି ବାବା ଡେରା ଗୁମ୍ଫାରେ ଏକ ବାବା ଯୋଗ ସାଧନା କରୁଥିଲେ । ବାବା ଗୁମ୍ଫାରେ ବସବାସ କରୁଥିବାରୁ ଗ୍ରାମବାସୀ ଏହି ଗୁମ୍ଫାକୁ " ବାବା ଡେରା ଗୁମ୍ଫା"ରେ ନାମକରଣ କରିଛନ୍ତି ।
ପ୍ରଭାତରେ ବାବା ପାର୍ଶ୍ୱବର୍ତ୍ତି ଗ୍ରାମରେ ଭିକ୍ଷା ବୃତ୍ତି କରି ସନ୍ଧ୍ୟା ସମୟରେ ଗୁମ୍ଫାରେ ଖଞ୍ଜଣି ବଜାଇ ଭଜନ କରି ସାରିଲା ପରେ ବିଶ୍ରାମ କରୁଥିଲେ । ଗୁମ୍ଫାରେ ସାଧୁ ବେଳେ ବେଳେ ଆଧ୍ୟାତ୍ମିକ ସମାରୋହ ଆୟୋଜନ କରୁଥିଲେ , ଯେଉଁଥିରେ ଗ୍ରାମ ବାସୀ ଓ ସାଧୁସନ୍ଥ ଯୋଗଦାନ ଦେଉଥିଲେ । ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ,କୀର୍ତ୍ତନ ମଣ୍ଡଳୀ ଓ ବାବା ଖଜଣି ଶବ୍ଦରେ ସମ୍ପୂର୍ଣ୍ଣ ଜଙ୍ଗଲ ପ୍ରକମ୍ପିତ ହୋଇ ଉଠୁଥିଲା।
ପ୍ରାୟ ଗ୍ରାମବାସୀ ବାବା ଡେରା ଗୁମ୍ଫାକୁ ଯାଇ ବାବା ସହିତ ଭଜନରେ ଲିପ୍ତ ରହିବା ଫଳରେ ତାଙ୍କର ଏହି ଗୁମ୍ଫା ସହିତ ତାଙ୍କର ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିଲା । ଦିନେ ବାବାଙ୍କୁ ଭାଇ ବହେନ ପାହାଡରେ ଲକ୍ଷ୍ମୀ ଭଣ୍ଡାର ଗଚ୍ଛିତ ଥିବାର ସ୍ୱପ୍ନ ଦେଖିଲେ । ସେହି ଲକ୍ଷ୍ମୀ ଭଣ୍ଡାର ହାସଲ କରିବା ପାଇଁ ବାବା ସାରା ପାହାଡ ଖୋଜି ଖୋଜି ଗୋଟିଏ ଅଜଣା ଗୁମ୍ଫାକୁ ପ୍ରବେଶ କଲେ । ଗୁମ୍ଫାରେ ବିଶ୍ରାମ କରୁଥିବା ଭାଲୁଟି ଆକ୍ରମଣ କରିବାରୁ ବାବା କୈାଣସି ପ୍ରକାର ଗୁମ୍ଫରୁ ଦୋୖଡି ପଳାଇବା ସମୟରେ ଝୁଣ୍ଟି ପଡ଼ି ମୁଣ୍ଡ ଗୋଟିଏ ପ୍ରସ୍ତରରେ ଆଘାତ ହୋଇ ରକ୍ତାତ ହୋଇଯାଇଥିଲା । ଶେଷରେ ବାବା ରକ୍ତପାତ ଅବସ୍ଥାରେ ଗାଁକୁ ଆସି ଦେହ ତ୍ୟାଗ କରିଥିଲେ । ବାବାଙ୍କ ମୃତ୍ୟପରେ ପଲ୍ଲୀ ବାସୀ ଚଳପ୍ରଚଳ ଗୁମ୍ଫାକୁ ବହୁତ କମ ହୋଇଗଲା ।
ଗୁମ୍ଫାର ବାମ ପାର୍ଶ୍ଵରେ ଏକ ଗମ୍ବୁଜ ପରି ବିରାଟ ପଥର ରହିଅଛି , ଯାହାକୁ ଗ୍ରାମବାସୀ ‘ପିତାବହଲିଆ’ ନାମରେ ନାମକରଣ କରିଛନ୍ତି। ଲୋକଙ୍କ ବିଶ୍ୱାସ ଅନୁସାରେ ଏହି ଗମ୍ବୁଜ ପଥରକୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସୁତରାଂ ଗାଁ ଲୋକେ ଏବେବି ଏଠାରେ ପୂଜାର୍ଚ୍ଚନା କରି ଆପଣାର ଆଶା ଆକାଂକ୍ଷା ପୂରଣ କରିଥାନ୍ତି ବୋଲି ମତ ପ୍ରକାଶ କରନ୍ତି । ଏହି ଗୁମ୍ଫାକୁ ଯିବା ପାଇଁ ପାହାଚ , ରାସ୍ତା, ବିଶ୍ରାମଗାର , ବିଜୁଳି, ପାଣି ଆଦିର ବ୍ୟବସ୍ଥା କଲେ ଏହା ପାଇଁ ପ୍ରାକୃତିକ ପ୍ରେମୀଙ୍କୁ ଆକର୍ଷଣ କରିବ । ଏହି ଛଡ଼ା, ଏହି ପ୍ରାକୃତିକ ସ୍ଥଳର ଯଦି ଉପଯୁକ୍ତ ଯୋଜନା କାର୍ଯ୍ୟକାରୀ କରି ବିକଶିତ କରାଗଲେ , ଏହି ‘ବାବାଡେରା ଗୁମ୍ଫା’ ଓ ‘ପିତାବହଲିଆ ପଥର’ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳରେ ପରିଗଣିତ ହୋଇପାରିବ ।
କିପରି ପହଞ୍ଚିବେ :-
ପାକେଲପଡା ଝାରସୁଗୁଡ଼ା ସହରଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଅବସ୍ଥିତ | ଆପଣ ଟାଉନରୁ କାର ବୁକ୍ କରି କିମ୍ବା ନିଜ ଗାଡି ଏହି ସ୍ଥଳ ଅତି ଶୀଘ୍ର ପହଞ୍ଚି ପାରିବେ | ପ୍ରାକୃତିକ ପ୍ରେମିକ ପାଇଁ ଏହା ସ୍ୱର୍ଗ ବୋଲି ବିବେଚନା କରାଯାଏ | ଦୟାକରି ଆପଣ ଜୀବନରେ ଥରେ ଏହି ପ୍ରାକୃତିକ ଆକର୍ଷଣୀୟ ସ୍ଥାନକୁ ପରିଦର୍ଶନ କରନ୍ତୁ |
ଲେଖକ :- ରୋହିତ କୁମାର ଲୋହରା
ଲେଖନୀରେ ସହାୟକ :- ଲିଙ୍କନ୍ ନାଏକ
ଏହି ସ୍ଥଳକୁ ଯିବା ପାଇଁ ତଳେ ଗୋଗଲ୍ ଲୋକେସନ ତଳେ ଦିଆ ଯାଇଛି ।
Pakelpada Odisha 768215 https://goo.gl/maps/JnF8u9VnGjbG8JXq8
Comments
Post a Comment