ଝାରସୁଗୁଡାର ରଶିଜିତା ଆଧ୍ୟାତ୍ମିକ ଉତ୍ସବ
ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବିବଧ ପରମ୍ପରା ଓ ସଂସ୍କୃତି ପାଳିତ ହେବାର ଦୃଷ୍ଟି ଗୋଚର ହୋଇଥାଏ । ପଶ୍ଚିମ ଓଡ଼ିଶା ଯେପରି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସେହି ପରି ସାଂସ୍କୃତିକ ଓ ପରମ୍ପରାରେ ମଧ୍ୟ ଭରପୁର । ଏହି ପରମ୍ପରା ଆମର ପୂର୍ବ ପୁରୁଷଙ୍କ ଚାଲି ଚଳଣ ପୁନରାବୃତ୍ତି କରିବା ସମେତ ଆମ୍ଭମାନଙ୍କୁ ତାଙ୍କ ସହିତ ଭାବ ପ୍ରବଣ ଭାବରେ ସଂଯୁକ୍ତ କରିଥାଏ । ଅନେକ ପରମ୍ପରା ଆଧୁନିକତା ଯୋଗୁଁ ଲୋପ ପାଇଥିଲେ ସୁଦ୍ଧା କେତେକ ପରମ୍ପରା ଆଜି ମଧ୍ୟ ଧରାରେ ଜାଜ୍ଜ୍ୱଲ୍ୟମାନ ଅବସ୍ଥାରେ ଅଛି । ରାଜକୀୟ "ରଣଜିତ ଉତ୍ସବ" ପ୍ରାଚୀନ କାଳରୁ କୌଶଳ ରାଜାମାନଙ୍କ ଅସୀମ ଦକ୍ଷତା ଓ ସାମରିକ କୌଶଳକୁ ଜନଙ୍କ ସମ୍ମୁଖରେ ଉପସ୍ଥାପନା କରୁଅଛି । ଏହି ପର୍ବର ଅଧିଷ୍ଠାତ୍ରୀ ଦେବୀ ମାଁ ଭୁବନେଶ୍ଵରୀ ଜନ ମାନସ ଦୁଃଖର ଦୁର୍ଦ୍ଦଶା ନିବାରଣ କରି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି । ( ରାଣିଜିତା ଉତ୍ସବର ଶୋଭାଯାତ୍ରା ) ରୀତିନୀତି ଓ ପର୍ବ "ରଣଜିତ ଉତ୍ସବ" ପ୍ରତ୍ୟେକ ବର୍ଷ ଆଶ୍ଵିନ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରୁ ଦଶମୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଏହି ଉତ୍ସବ ପ୍ରଥମ ଦିନରେ ଅର୍ଥାତ ଷଷ୍ଠୀ ରାତ୍ରିରେ ରାଜବାଟୀ ଅନତିଦୂରରେ ଅବସ୍ଥିତ ପୁଷ୍କରିଣୀରୁ ଜଲଘଟ ନେଇ ପୂଜାମଣ୍ଡପରେ ସ୍ଥା...